ଟିମ ଇଣ୍ଡିଆରେ ବଡ ପରିବର୍ତ୍ତନ, ରାହାଣେଙ୍କ ପରେ କାହା ପାଳି !
ନୂଆଦିଲ୍ଲୀ : ଟିମ ଇଣ୍ଡିଆରେ ଆଉ ଏକ ପିଢିର ଅଧ୍ୟାୟ ଶେଷ ହେବାକୁ ଯାଉଛିା ଅଜିଙ୍କ୍ୟ ରାହାଣେଙ୍କ ଅବସର ପରେ ଏବେ ଚର୍ଚ୍ଚା ହେଉଛି ଆଉ ୫ ଜଣ ଖେଳାଳି ମଧ୍ୟ ଟିମ ଇଣ୍ଡିଆରୁ ଖୁବ ଶୀଘ୍ର ବିଦାୟ ନେବାକୁ ଯାଉଛନ୍ତିା ଯଦି ଏହା ସତ ହୁଏ, ତେବେ ଟିମ୍ ଇଣ୍ଡିଆର ଏକ ଯୁଗର ଅନ୍ତ ଘଟିବ। ତେବେ ସେହି ପାଞ୍ଚ ଖେଳାଳି କିଏ? ଆଉ ସେମାନଙ୍କ ଅବସର ପରେ ଟିମ୍ ଇଣ୍ଡିଆରେ କେଉଁ ସ୍ଥାନ ଖାଲି ହେବ? ଆସନ୍ତୁ ଜାଣିବା।
ଟିମ୍ ଇଣ୍ଡିଆରେ ଗତ କିଛି ମାସ ଧରି ବଡ଼ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରଥମେ ଆର୍ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କଲେ। ତା’ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଟେଷ୍ଟ କ୍ରିକେଟ୍କୁ ବିଦାୟ ନେଇଛନ୍ତି। ସେହିପରି ଚେତେଶ୍ୱର ପୂଜାରା ମଧ୍ୟ ତାଙ୍କ କ୍ୟାରିୟରର ଶେଷ ଘୋଷଣା କରିଛନ୍ତି। ଏବେ ଅଜିଙ୍କ୍ୟ ରାହାଣେ ମଧ୍ୟ ଅବସର ନେବା କଥା ସମସ୍ତିଙ୍କୁ ଆଶ୍ଚର୍ଯ୍ୟ କରିଛିା ତେବେ ଭାରତୀୟ କ୍ରିକେଟର ଅଭିଜ୍ଞ ବ୍ୟାଟର ଅଜିଙ୍କ୍ୟ ରାହାଣେ ଅନ୍ତଜାର୍ତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତିା ତାଙ୍କ ଅବସର ସହିତ ଟିମ ଇଣ୍ଡିଆର ଏକ ସୁବର୍ଣ୍ଣ ଯୁବର ଅନ୍ତ ଘଟିଛିା ଏକ ଶାନ୍ତ ସ୍ୱାଭାବ ଦୃଢ ମାନସିକତା ଏବଂ ଚାପପୂର୍ଣ୍ଣ ପରିସ୍ଥିତିରେ ଦଳକୁ ସମ୍ଭାଳିବାର କ୍ଷମତା ପାଇଁ ରାହାଣେ ସବୁବେଳେ ଭାରତୀୟ କ୍ରିକେଟ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତିା ରାହାଣେ କେବଳ ଜଣେ ଦକ୍ଷ ବ୍ୟାଟର ନୁହେଁ ବରଂ ଜଣେ ଭରସାଯୋଗ୍ୟ ଟିମ ପ୍ଲେୟାର ଥିଲୋ ଦଳର ଆବଶ୍ୟକତା ଅନୁଯାୟୀ ସେ ସୁବେଳେ ନିଜର ଭୂମିକା ଦର୍ଶାଉଥିଲୋ ତାଙ୍କର ଏହି ନମ୍ର ବ୍ୟବହାର ଏବଂ ନେତୃତ୍ୱ ଗୁଣ ତାଙ୍କୁ ଟିମ ଇଣ୍ଡିଆରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛିା
ଭାରତୀୟ ଟେଷ୍ଟ କ୍ରିକେଟ୍ର ଏକ ସୁବର୍ଣ୍ଣ ଯୁଗ ଧୀରେ ଧୀରେ ଶେଷ ହେଉଛି।ଏବେ ନଜର ପକାଇବା ସେହି ପାଞ୍ଚ ଖେଳାଳିଙ୍କ ଉପରେ, ଯେଉଁମାନେ ଆଗାମୀ ସମୟରେ ଅବସର ଘୋଷଣା କରିପାରନ୍ତି।ସବୁଠାରୁ ପ୍ରଥମେ ନାମ ଆସୁଛି ଇଶାନ୍ତ ଶର୍ମାଙ୍କର। ଭାରତ ପାଇଁ ଦୀର୍ଘ ସମୟ ଧରି ଟେଷ୍ଟ କ୍ରିକେଟ୍ ଖେଳିଥିବା ଇଶାନ୍ତ ୨୦୨୧ ପରେ ଆଉ ଭାରତୀୟ ଦଳରେ ନଜର ଆସିନାହାଁନ୍ତି। ଓଚଖରେ ମଧ୍ୟ ତାଙ୍କୁ ବହୁତ କମ୍ ସୁଯୋଗ ମିଳୁଛି। ବୟସ ବଢ଼ୁଥିବାରୁ ଖୁବ୍ ଶୀଘ୍ର ସେ ଅବସର ନେଇପାରନ୍ତି ବୋଲି ଅନୁମାନ କରାଯାଉଛି।
ଦ୍ୱିତୀୟ ନାମ ହେଉଛି ଉମେଶ ଯାଦବ। ‘ବିଦର୍ଭ ଏକ୍ସପ୍ରେସ୍’ ଭାବେ ପରିଚିତ ଉମେଶ ୨୦୨୩ ପରେ ଭାରତ ପାଇଁ କୌଣସି ମ୍ୟାଚ୍ ଖେଳିନାହାଁନ୍ତି। ଏବେ ସେ କ୍ରିକେଟ୍ ଠାରୁ ଅଧିକ କମେଣ୍ଟ୍ରିରେ ନଜର ଆସୁଛନ୍ତି। ସେଥିପାଇଁ ତାଙ୍କ ଅବସର ମଧ୍ୟ ଆଉ ବେଶି ଦୂରରେ ନାହିଁ ବୋଲି ମନେ କରାଯାଉଛି।ତୃତୀୟ ନାମ କରୁଣ ନାୟାରଙ୍କର । ଦୀର୍ଘ ଦିନ ପରେ ସୁଯୋଗ ପାଇଥିଲେ ମଧ୍ୟ ସେ ନିଜ ସ୍ଥାନକୁ ପକ୍କା କରିପାରିନଥିଲେ । ବର୍ତ୍ତମାନ ମଧ୍ୟକ୍ରମରେ ଶୁଭମନ ଗିଲ୍, ସାଇ ସୁଦର୍ଶନ ଓ ଦେବଦତ୍ତ ପାଡିକ୍କଲଙ୍କ ଭଳି ଯୁବ ଖେଳାଳି ସୁଯୋଗ ପାଉଥିବାରୁ କରୁଣଙ୍କ ପାଇଁ ପୁଣି ଦଳକୁ ଫେରିବା ବହୁତ କଷ୍ଟକର ହୋଇପଡ଼ିଛି।ଚତୁର୍ଥ ନାମ ହେଉଛି ଜୟଦେବ ଉନାଦକଟ । ଘରୋଇ କ୍ରିକେଟ୍ ଏବଂ ଓଚଖରେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଟେଷ୍ଟ ଦଳରେ ସ୍ଥାୟୀ ସୁଯୋଗ ପାଇପାରିନାହାଁନ୍ତି। ଯଦି ଆଗକୁ ଭାରତୀୟ ଦଳରେ ସୁଯୋଗ ନମିଳେ, ତେବେ ସେ କେବଳ ଫ୍ରାଞ୍ଚାଇଜ୍ ଏବଂ ଘରୋଇ କ୍ରିକେଟ୍ରେ ଧ୍ୟାନ ଦେବା ସହ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିପାରନ୍ତି ।
ପଞ୍ଚମ ନାମ ହେଉଛି ମୟଙ୍କ ଅଗ୍ରୱାଲ। ଗୋଟିଏ ସମୟରେ ଭାରତର ଭରସାଯୋଗ୍ୟ ଓପନର ଥିବା ମୟଙ୍କ ଆହତ ସମସ୍ୟା ଏବଂ ଖରାପ ଫର୍ମ କାରଣରୁ ଦଳରୁ ବାହାରିଯାଇଥିଲେ। ଘରୋଇ କ୍ରିକେଟ୍ରେ ରନ୍ କରୁଥିଲେ ମଧ୍ୟ ଭାରତୀୟ ଦଳକୁ ଫେରିବା ସୁଯୋଗ ମିଳୁନାହିଁ। ସେଥିପାଇଁ ତାଙ୍କ ଅବସରକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି।ଅନ୍ୟପଟେ ମହମ୍ମଦ ଶାମିଙ୍କ ନାମ ଏହି ତାଲିକାରେ ନାହିଁ। ସେ ଏବେ ମଧ୍ୟ ଭାରତୀୟ ଦଳକୁ ଫେରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ଏବଂ ସାକ୍ଷାତକାରରେ ମଧ୍ୟ ବାରମ୍ବାର କହୁଛନ୍ତି ଯେ ସେ ପ୍ରସ୍ତୁତ ଅଛନ୍ତି। ସେହିପରି ରବିନ୍ଦ୍ର ଜାଡେଜା ମଧ୍ୟ ଏବେ ସୁଦ୍ଧା ଟିମ୍ ଇଣ୍ଡିଆର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଅଟନ୍ତି ।
ତେବେ ଯଦି ଏହି ପାଞ୍ଚ ଅଭିଜ୍ଞ ଖେଳାଳି ମଧ୍ୟ ଅବସର ନେଇଦିଅନ୍ତି, ତେବେ ଟିମ୍ ଇଣ୍ଡିଆରେ ଏକ ବଡ଼ ପିଢ଼ିର ଅଧ୍ୟାୟ ସମ୍ପୂର୍ଣ୍ଣ ଶେଷ ହୋଇଯିବ। ଏହାପରେ ଦଳର ସମ୍ପୂର୍ଣ୍ଣ ଦାୟିତ୍ୱ ଯୁବ ଖେଳାଳିଙ୍କ କାନ୍ଧ ଉପରେ ରହିବ। ଏବେ ଦେଖିବାକୁ ବାକି ରହିଲା, ଆଗାମୀ ଦିନରେ ପ୍ରକୃତରେ କିଏ ପ୍ରଥମେ ଅବସର ଘୋଷଣା କରୁଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।