ଜେଲରେ ମିଳୁଛି ପିଜ୍ଜା ବର୍ଗର !

Jul 31, 2026 - 14:42
ଜେଲରେ ମିଳୁଛି ପିଜ୍ଜା ବର୍ଗର !

 

ସାଧାରଣତଃ ଜେଲ୍ର ନାଁ ଶୁଣିଲେ ଶୁଖିଲା ରୁଟି ଓ ପାଣିଆ ଡାଲି କଥା ମନକୁ ଆସିଥାଏ, ମାତ୍ର ବ୍ରିଟେନ୍ର ଏଚଏମପି ଫୋଷ୍ଟନ୍ ହଲ୍ ଜେଲ୍ରେ କଏଦୀମାନଙ୍କୁ ଭଲ ବ୍ୟବହାର ପାଇଁ ସ୍ୱାଦିଷ୍ଟ ଖାଦ୍ୟ ପୁରସ୍କାର ସ୍ୱରୂପ ଦିଆଯାଉଛି । ସୂଚନାଯୋଗ୍ୟ ଯେ, ଏହି ଜେଲ୍ରେ ମୋଟ୍ ସାତୋଟି ବ୍ୟାରକ୍ ରହିଛି ଏବଂ ପ୍ରତ୍ୟେକ ବ୍ୟାରକ୍ରେ ୩୦ରୁ ୬୦ ଜଣ କଏଦୀ ରହୁଛନ୍ତି । ମାସସାରା ଯେଉଁ ବ୍ୟାରକ୍ରେ ସବୁଠାରୁ କମ୍ ଝଗଡ଼ା ଓ ହିଂସା ହୋଇଥାଏ, ତାହାକୁ ବିଜେତା ଘୋଷଣା କରାଯାଇ ଜେଲ୍ କିଚେନ୍ ତରଫରୁ ରେଷ୍ଟୋରାଣ୍ଟ ପରି ପିଜା, ବର୍ଗର, କବାବ ଆଦି ପ୍ରସ୍ତୁତ କରି ଖାଇବାକୁ ଦିଆଯାଏ । ଜେଲ୍ରେ କଏଦୀ ଓ ଷ୍ଟାଫ୍ମାନଙ୍କ ମଧ୍ୟରେ ବଢ଼ୁଥିବା ମାରପିଟ୍ ଏବଂ ହିଂସାକୁ ହ୍ରାସ କରିବା ଲକ୍ଷ୍ୟରେ ଜେଲ୍ ପ୍ରଶାସନ ଏହି ପୁରସ୍କାର ଯୋଜନା ଆରମ୍ଭ କରିଛି । ଏହା ସହିତ ବିବାଦ ବଢ଼ିବା ପୂର୍ବରୁ ସମାଧାନ କରିବା ପାଇଁ କିଛି କଏଦୀଙ୍କୁ 'ପିସ୍କିପର' ଭାବେ ମଧ୍ୟ ନିଯୁକ୍ତ କରାଯାଇଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।