ଜୁଲାଇ ୧୫ ସୁଦ୍ଧା ପ୍ରକାଶ ପାଇଁ ନିଟ୍-ୟୁଜି ପରୀକ୍ଷା ଫଳ

ଭୁବନେଶ୍ବର : ଜୁନ୍ ୨୧ରେ ଅନୁଷ୍ଠିତ ହୋଇଥିଲା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ଦ୍ବାରା ପରିଚାଳିତ ନିଟ୍-ୟୁଜି ପୁନଃପରୀକ୍ଷା । ଜୁଲାଇ ୧୫ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି । ପରୀକ୍ଷାର୍ଥୀ ୱେବସାଇଟ୍ (www.nee.nta.nic.in)କୁ ଲଗଇନ କରି ପରୀକ୍ଷା ଫଳ ଦେଖିପାରିବେ ।
ଚଳିତ ବର୍ଷ ନିଟ୍-ୟୁଜି ପରୀକ୍ଷା ଦେବା ନିମନ୍ତେ ମୋଟ ୨୨.୭୯ଲକ୍ଷ ବିଦ୍ୟାର୍ଥୀ ନାମ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ମେ ୩ରେ ଅନୁଷ୍ଠିତ ପରୀକ୍ଷାରେ ୨୨.୦୫ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।
ଜୁନ୍ ୨୧ରେ ନିଟ୍-ୟୁଜି ପୁନଃପରୀକ୍ଷା ଦେଶର ୫୫୧ଟି ସହରରେ ୫,୪୪୦ କେନ୍ଦ୍ରରେ ପରୀକ୍ଷା ହୋଇଥିବା ବେଳେ ବିଦେଶରେ ୧୪ଟି ସହରରେ ପୁନଃପରୀକ୍ଷା ହୋଇଥିଲା । ଓଡ଼ିଶାରେ ୨୭ଟି ସହରରେ ୧୩୨ଟି କେନ୍ଦ୍ରରେ ୫୬ହଜାର ୯୮୩ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ କେବଳ ଭୁବନେଶ୍ୱରରେ ୧୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ଥିଲେ ।