ଚକ୍ରରାଜ ସୁଦର୍ଶନଙ୍କ ପରେ ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ
"ପୁରୀ : ଚକ୍ରରାଜ ସୁଦର୍ଶନଙ୍କ ପରେ ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ।
ଟାହିଆ ହଲେଇ ହଲେଇ ଆସୁଛନ୍ତି ହଳଧର ।
ବଡ଼ ଦେଉଳରୁ ବଡ଼ ଦାଣ୍ଡ ଅଭିମୁଖେ ବଡ଼ ଠାକୁର।
ପ୍ରଭୁ ବଳଭଦ୍ରଙ୍କୁ ଦେଖିବାକୁ ଭକ୍ତଙ୍କ ଗହଣେରେ ଲାଗିଛି ଠେଲାପେଲା।
ଶ୍ରୀମନ୍ଦିର ବେଢ଼ା ଓ ବଡ଼ଦାଣ୍ଡ 'ହରିବୋଲ' ଏବଂ 'ହୁଳହୁଳି' ଶବ୍ଦରେ ପ୍ରକମ୍ପିତ ହୋଇଉଠଛି ।
ଘଣ୍ଟୁଆମାନଙ୍କର ତାଳେ ତାଳେ ଘଣ୍ଟ, କାହାଳୀ ଓ ଶଙ୍ଖର ପବିତ୍ର ଧ୍ୱନି ଏକ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।
ଦଇତାପତି ସେବାୟତମାନେ ପ୍ରଭୁଙ୍କୁ କାନ୍ଧରେ ବୋହି ସାତପାହାଚ ଦେଇ 'ଧାଡ଼ି ପହଣ୍ଡି'ରେ ବାହାରକୁ ଆଣୁଛନ୍ତି ବଡ଼ ଠାକୁରଙ୍କୁ ।Advertisment ଅଧିକ ପଢନ୍ତୁ :ଆରମ୍ଭ ହେଲା ପହଣ୍ଡି, ପ୍ରଥମେ ଧାଡ଼ି ପହଣ୍ଡିରେ ଆସୁଛନ୍ତି ପ୍ରଭୁ ସୁଦର୍ଶନ ପ୍ରଭୁଙ୍କ ମସ୍ତକରେ ଶୋଭା ପାଉଥିବା ସୁଦୃଶ୍ୟ 'ଟାହିଆ' ପହଣ୍ଡି ସମୟରେ ଝୁଲିବା ଦୃଶ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ।
ବଡ଼ଠାକୁରଙ୍କ ଗଜଗାମୀ ଚାଲି ଓ ତାଙ୍କର ସେହି ଭାବପୂର୍ଣ୍ଣ ଝୁଲଣା ଦେଖି ଭକ୍ତମାନେ ଭାବବିହ୍ୱଳ ।
ବଳଭଦ୍ର ହେଉଛନ୍ତି ଶକ୍ତି ଓ ବଳର ଅବତାର, ତେଣୁ ତାଙ୍କ ପହଣ୍ଡିରେ ଏକ ନିଆରା ଗାମ୍ଭୀର୍ଯ୍ୟ ପରିଲକ୍ଷିତ ହୁଏ ।ଧୀରେ ଧୀରେ ଝୁଲି ଝୁଲି ପ୍ରଭୁ ବଡ଼ଦାଣ୍ଡକୁ ଆସୁଛନ୍ତି। 'ତାଳଧ୍ୱଜ' ରଥ ଉପରେ ବିଜେ କରିବେ ବଡ଼ ଠାକୁର ।
ଏହି ମନୋରମ ଦୃଶ୍ୟ ଦେଖିବା ପାଇଁ କୋଟି କୋଟି ଭକ୍ତଙ୍କ ସମାଗମ ।
ବଳଭଦ୍ରଙ୍କ ପହଣ୍ଡି ଶେଷ ହେବା ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହେବ ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।