କାନ୍ଦିବା ପାଇଁ ଭଡାରେ ଲୋକ

Jun 22, 2026 - 23:05
କାନ୍ଦିବା ପାଇଁ ଭଡାରେ ଲୋକ

 

ଆମେରିକାରେ ଅନ୍ତିମ ବିଦାୟକୁ ସ୍ମରଣୀୟ କରିବା ପାଇଁ ଏକ ଭିନ୍ନ ସର୍ଭିସ ଏଠାରେ ଆରମ୍ଭ ହୋଇଛି । ଯାହାର ନାଁ ଡାର୍କ ସିକ୍ରେଟ୍ସର୍ଭିସ୍ ରଖାଯାଇଛି । ଏଠାରେ ଲୋକମାନେ ଟଙ୍କା ଦେଇ ଜଣେ ଅଜଣା ମହିଳାଙ୍କୁ ଶେଷକୃତ୍ୟରେ କାନ୍ଦିବା ପାଇଁ ଡକାଉଛନ୍ତି । ଏହି ସେବା ପାଇଁ ପ୍ରାୟ ୫୦୦ ଡଲାର ଭାରତୀୟ ମପଦ୍ରାରେ ପାଖାପାଖି ୫୦ ହଜାର ଟଙ୍କା ନେଉଥିବା ଜଣାପଡିଛି । ଏହି ରହସ୍ୟମୟୀ ମହିଳା ଜଣକ କଳା ପୋଷାକ ପିନ୍ଧି ଓ ହାତରେ ଛତା ଧରି ଏକ ବ୍ଲାକ୍ ଲିମୋଜିନ୍ ଗାଡ଼ିରୁ ଆସିଥାନ୍ତି। ସେ ସମ୍ପୂର୍ଣ୍ଣ ଶାନ୍ତ ରହି ଦୂରରେ ଠିଆ ହୋଇ ମୃତକଙ୍କ ପାଇଁ ଚୁପଚାପ୍ ଲୁହ ଗଡାଇଥାନ୍ତି ଏବଂ କାର୍ଯ୍ୟକ୍ରମ ଶେଷ ହେବା ମାତ୍ରେ କାହା ସହ କିଛି ନକହି ସେଠାରୁ ଚାଲିଯାନ୍ତି । ଏହି ସେବା ଦ୍ୱାରା ଶେଷକୃତ୍ୟରେ ଯୋଗ ଦେଇଥିବା ଅନ୍ୟ ଲୋକଙ୍କ ମନରେ ମୃତକଙ୍କ ସହ ସେହି ମହିଳାଙ୍କର କି ସମ୍ପର୍କ ଥିଲା, ସେ ନେଇ ଅନେକ ପ୍ରଶ୍ନ ଓ କୌତୂହଳ ସୃଷ୍ଟି ହୋଇଥାଏ । ତେବେ ଏହା ସେବାରେ କଣ ଲାଭ ହୋଇଥାଏ କି ଏହାକୁ କାହିଁକି ବ୍ୟବହାର କରାଯାଉଛି ସେ ସମ୍ପର୍କରେ କୌଣସି ତଥ୍ୟ ନାହିଁ ।