ଏଇ ଭାରତରେ

Jun 02, 2026 - 12:58

ରାଜସ୍ଥାନ ଥର ମରୁଭୂମି ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ପରଦା ପ୍ରଥାର ପ୍ରଭାବ ଅଛି। ମହିଳାମାନେ ସମ୍ପୂର୍ଣ୍ଣ ଶିକ୍ଷା ସ୍ବାଧୀନତା ପାଇପାରିନାହାନ୍ତି। ଏଭଳି ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଜୟସାଲମେରର କ୍ରୀତିଜିୟା ଚମ୍ପାଓ୍ବାତ ଚେଷ୍ଟା ଜାରି ରଖିଛନ୍ତି। ସେ ‘ଥର୍‌ କି ଉଡାନ୍‌’ ସଂସ୍ଥା ଗଠନ କରି ମରୁଭୂମିରେ ଗ୍ରାମୀଣ ପ୍ରଶିକ୍ଷଣ କେନ୍ଦ୍ର ଖୋଲି ୭୦୦-୮୦୦ ମହିଳାଙ୍କୁ ଟେଲରିଂ ଓ ହସ୍ତକଳା କୌଶଳ ଶିକ୍ଷା ଦେଇସାରିଲେଣି। ମହିଳାମାନେ ସାମାଜିକ କଟକଣାରୁ ବାହାରକୁ ଆସି ଏହିସବୁ କେନ୍ଦ୍ରରୁ ପ୍ରଶିକ୍ଷଣ ନେଉଛନ୍ତି ଏବଂ ରୋଜଗାର କରି ପରିବାର ଚଳାଉଛନ୍ତି। ଅତି କମ୍‌ରେ ଜଣେ ମହିଳା ଏବେ ପାଖାପାଖି ୧୫,୦୦୦ରୁ ୧୮,୦୦୦ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେଉଛନ୍ତି। କ୍ରୀତିଜିୟାଙ୍କ ଏଭଳି ପଦକ୍ଷେପ ଥର ଅଞ୍ଚଳରେ ଏକ ବଡ଼ ପରିବର୍ତ୍ତନ ଆଣିପାରିଛି। କିଛି କିଲୋମିଟର ଅନ୍ତରରେ ୫ କିମ୍ବା ୬ଟି ପରିବାରକୁ ନେଇ ରହିଥିବା ଗାଁର ମହିଳାଙ୍କୁ ଏକାଠି କରି ପ୍ରଶିକ୍ଷଣ ଦେବା କଷ୍ଟକର ହେଉଛି। ତଥାପି କ୍ରୀତିଜିୟା ଉଦ୍ୟମ ଜାରି ରଖିଛନ୍ତି। ଏବେ ତିନୋଟି ପ୍ରଶିକ୍ଷଣ କେନ୍ଦ୍ର ଚାଲିଛି ଏବଂ ଗୋଟିଏ ବ୍ୟାଚରେ ୧୫-୨୦ ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।

 

Dharitri – Odisha’s No.1 Odia Daily

The post ଏଇ ଭାରତରେ appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।