ଆସିଲା ଖୁସିଖବର: ମା’ ହେଲା ‘ଜିନ୍ନତ’
ଭୁବନେଶ୍ୱର,୨।୬: ମୟୁରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ଏକ ଖୁସି ଖବର ଆସିଛି॥ ମା’ ହୋଇଛି ବାଘୁଣୀ ‘ଜିନ୍ନତ’। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି।
ବାଘୁଣୀ ଜିନ୍ନତ ୪ଟି ଛୁଆ ଜନ୍ମ କରିଥିବା କ୍ୟାମେରାରେ ଟ୍ରାପ ହୋଇଛି। ଗତ ମେ’ ୨୮ରେ ଟ୍ରାପ କରାଯାଇଛି। ଛୁଆଗୁଡ଼ିକ ୨୦ ଦିନର ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ୨୦୨୪ ନଭେମ୍ବରରେ ମହାରାଷ୍ଟ୍ରରୁ ‘ଜିନ୍ନତ’କୁ ଶିମିଳିପାଳ ଅଣାଯାଇଥିଲା
Dharitri – Odisha’s No.1 Odia Daily
The post ଆସିଲା ଖୁସିଖବର: ମା’ ହେଲା ‘ଜିନ୍ନତ’ appeared first on Dharitri Odia News.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।