ଆନ୍ଦୋଳନକାରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

Jul 20, 2026 - 14:34
ଆନ୍ଦୋଳନକାରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ଆଜି କେନ୍ଦ୍ର ଶୀକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଜେପି ଦଳର କିଛି ଆନ୍ଦୋଳନକାରୀ ନେତାଙ୍କୁ ଭେଟିଛନ୍ତି। ଏହି ବୈଠକର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ, ଏହାକୁ ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ସହ ଯୋଡ଼ାଯାଉଛି। ଏହାପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡା ମଧ୍ୟ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ, ଆନ୍ଦୋଳନକାରୀ ଯେପରି ସଂସଦ ପରିସର ଏବଂ ସେଣ୍ଟ୍ରାଲ୍ ସେକ୍ରେଟାରିଏଟ୍ ଅଞ୍ଚଳ ଅଭିମୁଖେ ଅଗ୍ରସର ନ ହୁଅନ୍ତି, ସେଥିପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଲଗାତାର ପରସ୍ପର ସହ ଯୋଗାଯୋଗରେ ରହିଛନ୍ତି। ସୁରକ୍ଷା ପରିସ୍ଥିତି ସହିତ ସରକାରଙ୍କ ସାମଗ୍ରିକ ରଣନୀତି ଉପରେ ମଧ୍ୟ ଉଭୟ ନେତା ଘନିଷ୍ଠ ଭାବେ ନଜର ରଖୁଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଆଜି ଅମିତ ଶାହଙ୍କୁ ଭେଟିଥିବା ଜଣାପଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।