ଆଜିଠାରୁ ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ

Aug 06, 2026 - 11:22
ଆଜିଠାରୁ ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ଆଜି ଅପରାହ୍ନରେ ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ମୁଖ୍ୟ ଶାସନ ସଚିବ ଏବଂ ଶିଳ୍ପ ସଚିବ ମଧ୍ୟ ଯିବେ । ଦିଲ୍ଲୀ ଓ ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ସେଠାରେ ବିଶାଳ ରୋଡ଼ ଶୋ'ରେ ଭାଗ ନେବେ ମୁଖ୍ୟମନ୍ତ୍ରୀ । ଏଥର ଫୋକସରେ ରହିବ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ମେଟାଲ ଡାଉନଷ୍ଟ୍ରିମ ଶିଳ୍ପ । 

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଟିମ ଓଡିଶା ବିଭିନ୍ନ ନିବେଶକାରୀଙ୍କ ସହ ଆଲୋଚନା କରିବେ । ଓଡ଼ିଶାରେ ଥିବା ଶିଳ୍ପାୟନର ସୁଯୋଗ ଫାଇଦା ନେବାକୁ ବିଭିନ୍ନ କମ୍ପାନୀକୁ ଆମନ୍ତ୍ରଣ କରିବେ । ଆଇଓସିଏଲ, ନାଲ୍‌କେ ଭଳି କମ୍ପାନୀ କିଭଳି ରାଜ୍ୟରେ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି ଜରିଆରେ ଉତ୍ପାଦ ବଢାଇବେ, ସେ ନେଇ ରାଉଣ୍ଡଟେବଲ ବୈଠକ ବସିବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।