ଅଶୁଭ ଘର କିଣିବାକୁ ଗହଳି
ଜାପାନରେ ଏବେ ଏକ ଆଶ୍ଚର୍ଯ୍ୟଜନକ ଧାରା ଦେଖିବାକୁ ମିଳିଛି, ଯେଉଁଠାରେ ଦିନେ ଲୋକେ ଅଶୁଭ ମନେକରି ଯେଉଁ ଘରଗୁଡ଼ିକୁ କିଣିବାରୁ ଦୂରେଇ ରହୁଥିଲେ, ଆଜି ସେହି ଅଭିଶପ୍ତ ଘରଗୁଡ଼ିକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ବାସ୍ତବରେ, ଜାପାନରେ ହତ୍ୟା, ଆତ୍ମହତ୍ୟା କିମ୍ବା କାହାର ମୃତ୍ୟୁ ଘଟିଥିବା ଏଭଳି ସ୍ଥାନକୁ 'ଜିକୋ ବୁକେନ' କୁହାଯାଏ । ଯେଉଁଠାରେ ପୂର୍ବରୁ ଧାର୍ମିକ ମାନ୍ୟତା ଓ ଅନ୍ଧବିଶ୍ୱାସ ଯୋଗୁଁ ଲୋକେ ରହିବାକୁ ଭୟ କରୁଥିଲେ। କିନ୍ତୁ ବର୍ତ୍ତମାନ ଟୋକିଓ ଭଳି ବଡ଼ ବଡ଼ ସହରରେ ଆକାଶଛୁଆଁ ଘରର ଦାମ ଯୋଗୁଁ ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି । ବଜାର ମୂଲ୍ୟ ତୁଳନାରେ ଏହି ଘରଗୁଡ଼ିକ ୨୦ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବଡ଼ ରିହାତିରେ ମିଳୁଥିବାରୁ ଏହା ବଜେଟ୍ ଅନୁସାରେ ଘର ଖୋଜୁଥିବା ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି । ଏହି ସୁଯୋଗକୁ ଦେଖି ରିଅଲ୍ ଇଷ୍ଟେଟ୍ କମ୍ପାନୀଗୁଡ଼ିକ ମଧ୍ୟ ଆଗେଇ ଆସିଛନ୍ତି, ଯେଉଁମାନେ ଏହି ଘରଗୁଡ଼ିକର ନବୀକରଣ (ରିନୋଭେସନ) କରିବା ସହ ବୌଦ୍ଧ ଭିକ୍ଷୁମାନଙ୍କ ଦ୍ୱାରା ଶୁଦ୍ଧିକରଣ ଅନୁଷ୍ଠାନ କରାଉଛନ୍ତି । ଏହାସହ ଏଜେଣ୍ଟମାନେ ଥର୍ମାଲ ସେନ୍ସର ଯାଞ୍ଚ ମାଧ୍ୟମରେ ଘରଟି ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ନେଇ ଗ୍ରାହକମାନଙ୍କୁ ଭରସା ଦେଉଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।