ଅତିଥି ନ ଆସିବାରୁ ଜରିମାନା
ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଅନ୍ତର୍ଗତ ଚୁଞ୍ଚୁଡ଼ା ପୌରପାଳିକାର କର୍ମଚାରୀ ସୁଖେନ ଘୋଷ ଗତ ୨୯ ଜୁଲାଇରେ ନିଜ ବିବାହ ବାର୍ଷିକୀ ପାର୍ଟି ପାଇଁ ଅତିଥିମାନଙ୍କୁ ନିମନ୍ତ୍ରଣ କରିଥିଲେ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରିଥିଲେ । ମାତ୍ର ବହୁ ସଂଖ୍ୟାରେ ନିମନ୍ତ୍ରିତ ଅତିଥି ପାର୍ଟିକୁ ନ ଆସିବାରୁ ପ୍ରଚୁର ଖାଦ୍ୟ ନଷ୍ଟ ହୋଇଥିଲା । ଯାହା ସୁଖେନଙ୍କୁ ଏତେ ବାଧିଥିଲା ଯେ ସେ ଅନୁପସ୍ଥିତ ଥିବା ସମସ୍ତ ଲୋକଙ୍କ ଉପରେ ୫୦୦ ଟଙ୍କାର ଜୋରିମାନା ଲଗାଇବା ସହ ଏହାର ଆଦାୟ ପାଇଁ ପୋଷ୍ଟର ମଧ୍ୟ ଲଗାଇଛନ୍ତି । ସେହି ପୋଷ୍ଟରଗୁଡ଼ିକରେ ସେ ଉଲ୍ଲେଖ କରିଛନ୍ତି ଯେ, ଯେଉଁମାନେ ସମାରୋହକୁ ଆସିନାହାନ୍ତି ସେମାନଙ୍କୁ ପରବର୍ତ୍ତୀ ସମୟରେ ଘରକୁ ଆସି ଆଶୀର୍ବାଦ ଦେବାକୁ ପଡ଼ିବ । ଏପରିକି ପାର୍ଟିକୁ ଆସିବା ପାଇଁ ଜଣେ ସାଙ୍ଗଙ୍କୁ ଚୁଟି ଓ ଦାଢ଼ି କାଟିବା ବାବଦକୁ ସୁଖେନ ଦେଇଥିବା ୨୦୦ ଟଙ୍କା, ସେ ନ ଆସିବାରୁ ତାଙ୍କଠାରୁ ସେହି ଟଙ୍କା ଫେରାଇ ଆଣିଛନ୍ତି । ନିମନ୍ତ୍ରଣ ରକ୍ଷା ନ କରିଥିବା ଅତିଥିଙ୍କ ପାଇଁ ସୁଖେନଙ୍କ ଏହି ଆଶ୍ଚର୍ଯ୍ୟଜନକ ଦଣ୍ଡ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।